ଓଡ଼ିଶାଲାଇଭ୍ ବ୍ୟୁରୋ

egg crush clib sanwich

ପିଲାମାନେ ସବୁଦିନ ଭଳିକି ଭଳି ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଭଲପାଆନ୍ତି। ତେଣୁ ଅଧିକାଂଶ ସମୟରେ ଦେଖାଯାଏ ଘରେ ତିଆରି ଖାଦ୍ୟକୁ ନଖାଇ ବାହାରେ ତିଆରି ଖାଦ୍ୟ ଖାଇବାକୁ ଜିଦ୍ ଧରି ବସନ୍ତି। ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ସେମାନଙ୍କୁ ବାହାର ହାନିକାରକ ଖାଦ୍ୟଠୁ ଦୂରେଇ ରଖିବା ଆବଶ୍ୟକ। ତେବେ ଘରେ ମଧ୍ୟ ଆପଣ ପିଲାଙ୍କୁ ପସନ୍ଦ ଆସିଲା ଭଳି ବିଭିନ୍ନ ପ୍ରକାର ଟେଷ୍ଟି ଆଇଟମ୍ ବନେଇ ପାରିବେ ଯାହା ଶରୀର ପାଇଁ ଲାଭଦାୟୀ। ସେପରି ଏକ ଖାଦ୍ୟ ହେଉଛି ବ୍ରେଡ୍ କ୍ରସ୍ କ୍ଲବ୍ ସାଣ୍ଡଓ୍ୱିଚ୍। ଆସନ୍ତୁ ଜାଣିବା ଏହାକୁ ଘରେ କିପରି ପ୍ରସ୍ତୁତ କରିବେ-

ଆବଶ୍ୟକୀୟ ସାମଗ୍ରୀ- ୨ଟି ଅଣ୍ଡା, ୨ ଚାମଚ ମେୟୋନିଜ୍, ୩ ସ୍ଲାଇସ୍ ବ୍ରେଡ୍, ବଟର୍, କଟା ଟମାଟୋ, ବନ୍ଧାକୋବି ପତ୍ର, ଚିଜ୍

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଅଣ୍ଡାକୁ ୬ରୁ ୭ ମିନିଟ୍ ଯାଏଁ ସିଝେଇ ଦିଅନ୍ତୁ। ଏହାପରେ ଏହାକୁ ଥଣ୍ଡା ପାଣିରେ ବୁଡ଼ାଇ ଏହାର ଚୋପା କାଢ଼ିଦିଅନ୍ତୁ। ଏଥିରେ ମେୟୋନିଜ୍ ମିଶାଇ ଭଲଭାବରେ ଚକଟି ଦିଅନ୍ତୁ। ଆପଣ ଚାହିଁଲେ ଏହି ଚକଟାରେ ନିଜ ପସନ୍ଦ ଅନୁସାରେ ମସଲା ପକାଇ ପାରିବେ ଯେପରିକି ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଚାଟ୍ ମସଲା ଇତ୍ୟାଦି।

ଏହେପରେ ଗୋଟିଏ ବ୍ରେଡ୍ ସ୍ଲାଇସ୍ ନିଅନ୍ତୁ, ଏହା ଉପରେ ବଟର୍ ଲଗାଇ ପ୍ରସ୍ତୁତ କରିଥିବା ଅଣ୍ଡା ବ୍ଯାଟରରୁ କିଛି ରଖନ୍ତୁ। ଏହା ଉପରେ ଟମାଟୋ ସସ୍ ପକାଇପାରିବେ। ଏହା ଉପରେ ଆଉ ଏକ ବ୍ରେଡ୍ ସ୍ଲାଇସ୍ ରଖନ୍ତୁ। ପୁଣି ତାହା ଉପରେ ବନ୍ଧାକୋବି ପତ୍ର ରଖନ୍ତୁ, ଏହା ଉପରେ ଆଉ ଟିକେ ଅଣ୍ଡା ବ୍ୟାଟର୍ ରଖି ପୁଣି ମେୟୋନିଜ୍ ପକାନ୍ତୁ। ଏହା ଉପରେ ଟମାଟୋ ଏବଂ ଚିଜ୍ ସ୍ଲାଇସ୍ ରଖି ସେଥିରେ ସ୍ୱାଦ ଅନୁସାରେ ଲଣ, ଗୋଲମରିଚ ଗୁଣ୍ଡ ପକାଇ ଏହା ଉପରେ ଆଉ ଏକ ବ୍ରେଡ୍ ସ୍ଲାଇସ୍ ରଖନ୍ତୁ।

egg crush cliub sanwich-3

ଆପଣ ଚାହିଁଲେ ଏହାକୁ ପ୍ୟାନରେ ଅଳ୍ପ ତେଲରେ ଫ୍ରାଏ ମଧ୍ୟ କରିପାରିବେ ନହେଲେ ସେମିତି ବି ପିଲାଙ୍କୁ ଖାଇବାକୁ ଦେଇପାରିବେ। ଏହା ଦେଖିବାକୁ ଯେତେ ସୁନ୍ଦର ହୋଇଥାଏ, ସେତିକି ପୁଷ୍ଟିକର ଓ ସ୍ୱାଦିଷ୍ଟ ମଧ୍ୟ। ଏହା ଖାଇବା ପରେ ଅଧିକ ସମୟ ଯାଏଁ ଭୋକ ମଧ୍ୟ ଲାଗିନଥାଏ। ପିଲାମାନେ ଏହି ବ୍ରେଡ୍ କ୍ରସ୍ କ୍ଲବ୍ ସାଣ୍ଡଓ୍ୱିଚ୍ ଖାଇବାକୁ ବହୁତ ଭଲପାଇବେ।

Comment