ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ନାନଯାତ୍ରାକୁ ଆସିପାରିନାହାନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେଥିପାଇଁ ସ୍ନାନଯାତ୍ରାରେ ମୁଦିରସ୍ତ ଛେରପହଁରା କରିଛନ୍ତି। ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଛେରାପହଁରା କରିଛନ୍ତି। ମଇଲମ, ମେକାପ ସର୍ବାଙ୍ଗ ଓ ନୂଆଲୁଗା ବେଶ ପରେ ଛେରାପହଁରା ସେବା ହୋଇଛି।

ଶଙ୍କରାଚାର୍ଯ୍ୟ ମଧ୍ୟ ସ୍ନାନମଣ୍ଡପକୁ ଆସିବେନି ବୋଲି ଚର୍ଚ୍ଚା ହେଉଛି। ତେବେ ଗଜପତି କାହିଁକି ସ୍ନାନ ମଣ୍ଡପକୁ ଆସିଲେନି ତାହା ଜଣାପଡ଼ିନାହିଁ।

ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅବକାଶ ନୀତି ଓ ବେଶ ଶେଷ ହୋଇଛି। ଏହାପରେ ସୂର୍ଯ୍ୟ ଓ ଦ୍ଵାରପାଳ ପୂଜା ମଧ୍ୟ ସମ୍ପର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ ମଧ୍ୟ ହୋଇଛି। ଏବେ ଛେରାପହଁରା ହୋଇଛି। ପରେ ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ।

LEAVE A REPLY

Please enter your comment!
Please enter your name here