ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାଘର କରିବା ପାଇଁ ପୋଲିସଠାରୁ ଆଣିବାକୁ ପଡ଼ିବ ଅନୁମତି।

କରୋନା କଟକଣା ଭିତରେ ୫୦ ଜଣ ଅତିଥିଙ୍କୁ ନେଇ ବାହାଘର ହୋଇପାରିବ ବୋଲି ସରକାର ଅନୁମତି ଦେଇଥିଲେ। ତେବେ ଏହି ମାସରେ ପ୍ରତି ଶନି ଓ ରବିବାର ୧୧ଟି ଜିଲ୍ଲା ସଟ୍‌ଡାଉନ୍‌ ରହୁଥିବାରୁ ବାହାଘର ହୋଇପାରିବ କି ନାହିଁ ତାକୁନେଇ ଚିନ୍ତା ବଢ଼ିଥିଲା। ଯେଉଁମାନଙ୍କର ବାହାଘର ସଟ୍‌ଡାଉନ୍‌ ବେଳେ ହେବ ବୋଲି ସ୍ଥିର ହୋଇଥିଲା ସେମାନେ ବେଶୀ ଚିନ୍ତାରେ ଥିଲେ। ହେଲେ ରାଜ୍ୟ ସରକାର ଏନେଇ ଗାଇଡଲାଇନ୍‌ରେ ସ୍ପଷ୍ଟ କରିଛନ୍ତି।

ସଟ୍‌ଡାଉନ୍‌ ବେଳେ ଯେଉଁମାନଙ୍କର ବାହାଘର ହେବ ବୋଲି ପୂର୍ବରୁ ତାରିଖ ନିର୍ଦ୍ଧାରିତ ହୋଇଛି ସେମାନଙ୍କୁ ପୋଲିସଠାରୁ ଅନୁମତି ନେବାକୁ ପଡ଼ିବ। ଯେଉଁ ଅଞ୍ଚଳରେ ବାହାଘର ହେବ ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ଅବଗତ କରିବାକୁ ପଡ଼ିବ। ଥାନାରୁ ଅନୁମତିପତ୍ର ଆଣି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇପାରିବ। ହେଲେ ୫୦ ଜଣ ଭିତରେ ଅତିଥି ଆସିବାକୁ ଅନୁମତି ମିଳିବ।

ସେହିପରି ସଟ୍‌ଡାଉନ୍‌ ବେଳେ ଯଦି କାହାର ଦେହାନ୍ତ ହୋଇଯାଏ ତାହାଲେ ଶବଦାହ ପାଇଁ ସ୍ଥାନୀୟ ପୋଲିସଠାରୁ ଅନୁମତି ଆଣିବାକୁ ପଡ଼ିବ। ଶବଦାହ ପାଇଁ ମାତ୍ର ୨୦ ଜଣ ଲୋକ ଯାଇ ପାରିବେ ବୋଲି ସରକାର ପୂର୍ବରୁ କଟକଣା ଜାରି କରିଥିଲେ।

Comment