ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ବଢ଼ିଯାଲିଥିବା ଗ୍ଲୋବାଲ୍ ଓ୍ୱା୍ର୍ମିଂ ପଛରେ ରହିଛି ଅନେକ କାରଣ। ଅତ୍ୟଧିକ ଯାନବାହନ ଚଳାଚଳଠାରୁ ଆରମ୍ଭ କରି ଅଧିକ ପରିମାଣରେ ଗଛ କାଟିବା ଯୋଗୁଁ ବାୟୁମଣ୍ଡଳରେ ତାପମାତ୍ରାର ବୃଦ୍ଧି ଘଟୁଛି ବୋଲି ଆମେ ଜାଣିଛନ୍ତି। କିନ୍ତୁ ମାଂସାହାର କରିବା ଦ୍ୱାରା ମଧ୍ୟ ଗ୍ଲୋବାଲ୍ ଓ୍ୱାର୍ମିଂ ବୃଦ୍ଧି ପାଉଛି।
ମାଂସ ରାନ୍ଧିବା ସମୟରେ ଅଧିକ ଉର୍ଜା ବା ଶକ୍ତି ଖର୍ଚ୍ଚ ହେବା ସହ ପ୍ରତିବଦଳରେ ଏଥିରୁ ବହୁ ପରିମାଣରେ କାର୍ବନ ସୃଷ୍ଟି ହୋଇଥାଏ ଯାହା ବାୟୁମଣ୍ଡଳରେ ମିଶିଥାଏ। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଏକ କିଲୋ ଗୋମାଂସ ରାନ୍ଧିବା, ୧୬୦ କିଲୋମିଟର ଗାଡ଼ି ଚଲାଇବା ସହ ସମାନ। ଉଭୟ ସମାନ ପରିମାଣରେ ବାୟୁମଣ୍ଡଳକୁ କାର୍ବନ ଛାଡ଼ିଥାନ୍ତି।
ଆଜିକାଲି ବିଭିନ୍ନ ପ୍ରକାର ଫାଷ୍ଟଫୁଡରେ ବିଫ୍ ବା ଗୋମାଂସର ବ୍ୟବହାର ହେଉଛି। ତେବେ ରିସର୍ଚ୍ଚ ଅନୂଯାୟୀ ଯଦି ବର୍ଗରେ ବିଫ୍ ବଦଳରେ ମସୃମ ବ୍ୟବହାର କରାଯାଏ ତେବେ ବାୟୁମଣ୍ଡଳ ପାଇଁ ଏହାର ଫାଇଦା ପ୍ରାୟ ୨୩ କୋଟି ଯାନବାହାନ ଚଳାଚଳ ବନ୍ଦ କରିବା ସହ ସମାନ।
ଗୋମାଂସ ପ୍ରସ୍ତୁତି ସମୟରେ ନିର୍ଗତ କାର୍ବନ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି କରିଥାଏ। ସେହିପରି ମାଛ, କୁକୁଡ଼ା ଚାଷ ସମୟରେ ଏହାର ଆକାର ବଡ଼ କରିବା ପାଇଁ ରସାୟନିକ ପଦାର୍ଥର ବହୁଳ ବ୍ୟବହାର ଯୋଗୁଁ ମଧ୍ୟ ବାୟୁମଣ୍ଡଳକୁ ଦୂଷିତ କରିଥାଏ। ଏହାର ପ୍ରଭାବ ମନୁଷ୍ୟର ଶରୀର ଉପରେ ମଧ୍ୟ ପଡ଼ିଥାଏ। ତେବେ ଦିନକୁ ଦିନ ବଢ଼ୁଥିବା ମାଂସାହାରର ବ୍ୟବହାର ସହ ଗ୍ଲୋବାଲ୍ ଓ୍ୱାର୍ମିଂ ମଧ୍ୟ ବଢ଼ି ବଢ଼ି ଚାଲିଛି।