ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଦ୍ମଶ୍ରୀ କମଳା ପୂଜାରି ଅସୁସ୍ଥ ହୋଇଛନ୍ତି। ତାଙ୍କୁ କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର କ୍ୟାବିନରେ କମଳାଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି। ଦୀର୍ଘ ଦିନ ଧରି ପଦ୍ମଶ୍ରୀ କମଳାଙ୍କ ରକ୍ତ ଚାପ କମ ଥିବାରୁ ସେ ଅସୁସ୍ଥ ହୋଇ ପଡିଥିଲେ।

ପଦ୍ମଶ୍ରୀ କମଳାଙ୍କ ହଠାତ ଦେହ ଅସୁସ୍ଥ ହେବାରୁ ସେ ରବିବାର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କମଳାଙ୍କ ନିକଟରେ ତାଙ୍କ ପୁଅ ଧନଞ୍ଜୟ ପୂଜାରି ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ଜିଲ୍ଲା ଚିକିତ୍ସାଳୟରେ ତାଙ୍କ ଚିକିତ୍ସା ଜାରି ରହିଛି।

କମଳା ଦୁଇ ପୁଅ ଓ ଝିଅ ଘର ସଂସାର କରି ରହୁଛନ୍ତିା ପଦ୍ମଶ୍ରୀ କମଳା ଓଡ଼ିଶାରେ ରହିଥିବା ପାରମ୍ପରିକ କିସମର ସଂରକ୍ଷଣ କ୍ଷେତ୍ରରେ ଲୋପ ପାଇଯାଉଥିବା ଦେଶୀ ଧାନକୁ ସଂଗ୍ରହ ଓ ସଂରକ୍ଷଣ କରି ଜିଲ୍ଲା ରାଜ୍ୟ ଓ ଦେଶକୁ ବିଶ୍ୱଦରବାରରେ କରିଛନ୍ତି।

LEAVE A REPLY

Please enter your comment!
Please enter your name here