ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅନ୍ତର୍ଗତ କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ଡଙ୍ଗା ଓଲଟି ପଡ଼ିବାରୁ ୫ ଜଣ ନିଖୋଜ ହୋଇଯାଇଛନ୍ତି।

ମଙ୍ଗଳବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ତାନସିଂ ଗାଁର ୫ ଜଣ ବଡେଲା ଗ୍ରାମକୁ ନଦୀ ପାର ହୋଇ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ନିଖୋଜମାନେ ହେଲେ ଲାଲମଣି ଶିଶା, ନବୀନା ଆରଲାବ, ପୁଷ୍ପାଞ୍ଜଳି ଆରଲାବ, ଶାନ୍ତି ଆରଲାବ ଓ ଶଶିରେଖା ଆରଲାବ।

ଗୁରୁବାର ଦିନ ନଦୀରେ ଜଣଙ୍କର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ତାନସିଂ ନଦୀ ନିକଟରେ ପହଞ୍ଚିବା ପରେ ଡଙ୍ଗାବୁଡ଼ି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।

ନନ୍ଦପୁର ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା କାହାରିକୁ ଉଦ୍ଧାର କରାଯାଇ ନାହିଁ।

Tags: #Koraput #BoatAccident #Missing #TansighRiver #Odisha

LEAVE A REPLY

Please enter your comment!
Please enter your name here