ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଶିକ୍ଷାବର୍ଷରୁ  ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ। ଏଥିସହ ଏହି ସଙ୍ଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିଷୟରେ ମଧ୍ୟ ପାଠ୍ୟପୁସ୍ତକରେ ଉଲ୍ଲେଖ ରହିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତ ଯେ, ଚଳିତ ବର୍ଷ ପାଇଁ ବହି ଛପା ସରିବା ସହ ସ୍କୁଲମାନଙ୍କୁ ପଠାଯାଇ ସରିଛି। ତେଣୁ ଚଳିତ ବର୍ଷ ପାଠ୍ୟକ୍ରମରେ ଏହା ସାମିଲ ହେବ କି ନାହିଁ ସେ ନେଇ ବିଭାଗ ଆଲୋଚନା କରୁଛି। ତେବେ ଯଦି ସମ୍ଭବପର ହୁଏ ତେବେ ସ୍ୱତନ୍ତ୍ର ବହି ଛାପି ଚଳିତବର୍ଷ ପିଲାମାନଙ୍କୁ ଏହା ଦିଆଯିବ। ଏଥିସହ ପିଲାମାନେ ଛୁଟି ହେବା ସମୟରେ ଏହି ଗୀତ ଗାଇବେ।ଆଗାମୀ ବର୍ଷଠାରୁ ବନ୍ଦେ ଉତ୍କଳ ଜନନୀ ପାଠ୍ୟକ୍ରମରେ ସାମିଲ ହେବ। ସୂଚନା ଓ ଲୋକସମ୍ପର୍କ ବିଭାଗର ନିୟମ ଅନୁଯାୟୀ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ରବିବାର କ୍ୟାବିନେଟ ବୈଠକରେ ରାଜ୍ୟ ସରକାର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି। ଏଥିସହ ଏହୀ ସଙ୍ଗୀତକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବାକୁ ମଧ୍ୟ କୁହାଯାଇଛି।

Comment