ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ରେକର୍ଡ ସ୍ତରରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୯୮୫ ନୂଆ କେସ୍‌ ଆସିଥିଲା ବେଳେ ୨୭୯ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ସୂଚନା ଅନୁଯାୟୀ ତଥ୍ୟ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୭୬ ହଜାର ୫୮୩ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୭୭୪୫ ଜଣଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନ ଆମେରିକା, ବ୍ରାଜିଲ, ୠଷ, ସ୍ପେନ୍, ବ୍ରିଟେନ ପରେ କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଭାରତ ଷଷ୍ଠ ସ୍ଥାନରେ ରହିଛି। କିନ୍ତୁ ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଭାରତ ଖୁବଶୀଘ୍ର ୩ ସ୍ଥାନରେ ପହଞ୍ଚି ପାରେ।

ସବୁଠାରୁ ଅଧିକ ଆକ୍ଟିଭ କସ୍‌ ମହାରାଷ୍ଟ୍ରରେ ଅଛି | ମହାରାଷ୍ଟ୍ରରେ ୪୫ହଜାର ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହା ପରେ ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ, ତୃତୀୟ ସ୍ଥାନରେ ତାମିଲନାଡୁ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି। ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି।

Comment