ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ କିଛି ଦିନ ଧରି ଦେଶରେ କରୋନା ଭାଇରସ ସଂକ୍ରମଣ ହୁ ହୁ ବଢ଼ି ଚାଲିଛି। ବିଶେଷକରି ଅନଲକ ପରଠାରୁ ନୂଆ ମାମଲା ସଂଖ୍ୟା ଅସମ୍ଭବ ରକମର ବୃଦ୍ଧି ପାଇଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ୍ ହେଲ୍‌ଥର ପ୍ରଫେସର୍ ବି ରମନ ଧର କହିଛନ୍ତି ଯେ ତାଲାବନ୍ଦ ଖୋଲିବା ପରେ ଲୋକେ ଯେଉଁଭଳି ନିୟମ ମାନିବା କଥା ମାନୁ ନାହାନ୍ତି। ଲୋକଙ୍କ ପୁରୁଣା ଅଭ୍ୟାସ ପୁଣି ଥରେ ଆରମ୍ଭ ହୋଇଯାଇଛି। ଜଣେ ଆଉ ଜଣକ ଠାରୁ ଦୂରରେ ରହିବା ଓ ଠିକ୍ ଭାବେ ମାସ୍କ ନପିନ୍ଧିବା ଆଗାମୀ ଦିନରେ ଏକ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ପ୍ରଫେସର୍ ରମନଙ୍କ କହିବା କଥା ଯେ, ଗାଁ ଗହଳିରେ ଲୋକେ ସାମାଜିକ ଦୂରତାକୁ ଆଦୌ ମାନୁ ନାହାନ୍ତି। ବିଶେଷକରି ଯେଉଁ ପ୍ରବାସୀ ଶ୍ରମିକ ଗାଁକୁ ଫେରିଛନ୍ତି ସେମାନଙ୍କ କ୍ଷେତ୍ରରେ ନିୟମଗୁଡିକ କଡ଼ା କଡ଼ି ହେବା କଥା। ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନଥିବା ହେତୁ ଯେଉଁ ପ୍ରକାର କରୋନା ପରୀକ୍ଷା ହେବା କଥା ତାହା ହେଉନାହିଁ।

ତାଙ୍କ ମତରେ ଲକଡାଉନ୍ ସମୟରେ ଯେଉଁ ପ୍ରକାର ଲାଭ ହୋଇଥିଲା ତାହା ଅନଲକ୍ ପରେ ଉଭେଇଯିବା ଦେଖା ଯାଉଛି ଓ ଏଥିଲାଗି ଦେଶରେ କରୋନା ଜନିତ ସଂକ୍ରମଣ ଆଗାମୀ ଦିନରେ ସଙ୍ଗୀନ ସ୍ଥିତିରେ ପହଞ୍ଚିବ।

Comment