ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ରେ ବାହାର ରାଜ୍ୟରେ ଫସିଥିବା ଶ୍ରମିକମାନେ ଏବେ ଘର ବାହୁଡ଼ା ହୋଇଛନ୍ତି। ସେହିପରି ଏବେ କେନ୍ଦ୍ରାପଡ଼ା ଜିଲ୍ଲାକୁ ମୋଟ୍‌ ୩୧ ହଜାର ୩୫୯ ଜଣ ଶ୍ରମିକ ଫେରିଛନ୍ତି। ତେବେ ବିଭିନ୍ନ ଜିଲ୍ଲାକୁ ଫେରିଥିବା ଏହି ଶ୍ରମିକମାନଙ୍କୁ ଏବେ ରୋଜଗାର ଯୋଗାଇ ଦେବାକୁ ସରକାର ଚିନ୍ତା କରୁଛନ୍ତି।

ରୋଜଗାର କରିବା ପାଇଁ କେନ୍ଦ୍ରାପଡ଼ାର ଅନେକ ଶ୍ରମିକ ବାହାର ରାଜ୍ୟରେ ଯାଇ କାମ କରୁଛନ୍ତି। କେନ୍ଦ୍ରାପଡ଼ାର ଅନେକ ଲୋକ ଦେଶ ବିଦେଶରେ ପାଣି ପାଇପ୍‌ କାମ ମଧ୍ୟ କରୁଛନ୍ତି। ହେଲେ କରୋନା ଲକ୍‌ଡାଉନ୍‌ ଯୋଗୁଁ ଘରକୁ ଫେରିଛନ୍ତି ପ୍ରବାସୀ। ଏବେ ପରିବାର ଚଳାଇବାକୁ ରୋଜଗାରର ବାଟ ଖୋଜୁଛନ୍ତି ପ୍ରବାସୀ।

କେହି କେହି ଗାଁ ଛକରେ ପନିପରିବା ବିକିବାକୁ ଆରମ୍ଭ କଲେଣି ତ କିଏ ଗାଁ ହାଟରେ ଆମ୍ବ ବିକ୍ରି କଲେଣି। ଆଉ କେହି କେହି ଗାଁ ମୁଣ୍ଡରେ ବରା ଆଳୁଦମ୍ ବିକିବାକୁ ଲାଗିଲେଣି। ହେଲେ ରୋଜଗାରର ସଠିକ ବାଟ ଫିଟି ପାରୁନି।

ସରକାର ଏମାନଙ୍କ ପାଇଁ ଏବେ ତତ୍କାଳ ମନରେଗା ଯୋଜନାରେ କାମ ଯୋଗାଇଦେବାକୁ ଯୋଜନା କରୁଛନ୍ତି ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସିଥିବା ବିଜେଡି ରାଜ୍ୟସଭା ସାଂସଦ ସୁଭାଷ ସିଂହ ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ପ୍ରବାସୀମାନଙ୍କର କର୍ମ କୁଶଳତାକୁ ପରିସଂଖ୍ୟନ କରି ଜୀବିକା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

Comment