ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁଗୁଳ ଜିଲ୍ଲାରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଛେଣ୍ଡିପଦା ବ୍ଲକର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏହି ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ସମସ୍ତ କରୋନା ଆକ୍ରାନ୍ତ ହେଉଛନ୍ତି ପୁରୁଷ।
ଏହି ୬ ଆକ୍ରାନ୍ତ ତାମିଲନାଡୁରୁ ଫେରିଥିଲେ। ଗତ ୭ ତାରିଖରୁ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ। ସେମାନଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରିବାକୁ ପଠାଯାଇଥିଲା। ଆଜି ସେମାନଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହି ୬ ଆକ୍ରାନ୍ତଙ୍କୁ ମିଶାଇ ଅନୁଗୁଳ ଜିଲ୍ଲାରେ ପଜିଟିଭ ସଂଖ୍ୟା ୪୦ରେ ପହଞ୍ଚିଛି।
ଆଜି ରାଜ୍ୟରେ ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୨ ଜଣ ସୁସ୍ଥ ହୋଇଥିଲେ।