ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ପରିବେଶ ଦିବସ ୨୦୨୦ ଅବସରରେ, ୟୁନିସେଫ୍ ଇଣ୍ଡିଆ #ForNature ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱସ୍ତରରେ ପ୍ରୟାସକୁ ସମର୍ଥନ କରୁଛି।

୨୦୧୮ରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାରତରେ ସର୍ବାଧିକ ମୃତ୍ୟୁ ଏବଂ ଆର୍ଥିକ କ୍ଷତି ହୋଇଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନକୁ ଦିନ ସମଦ୍ର ବି କୂଳ ଲଙ୍ଘୁଛି। ଏହା ଆଗକୁ ଆହୁରି ଭୟଙ୍କର ହୋଇପାରେ। ଯାହାଫଳରେ ଆଗାମୀ ପିଢ଼ିର ପିଲାମାନେ ସବୁଠୁ ଅଧିକ ପ୍ରଭାବିତ ହେବେ। ଏହାକୁ ଦୃଷ୍ଟିରେ ରଖି ୟୁନିସେଫ୍‌ ଇଣ୍ଡିଆ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ସଚେତନ କରିବା ପାଇଁ ଏକ ମଜାଦାର ଓ ସୂଚନାତ୍ମକ କୁଇଜ୍‌ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି।

୧୧ଟି ଭାଷାରେ ହେଉଥିବା ଏହି କୁଇଜ କାର୍ଯ୍ୟକ୍ରମରେ ଝିଅମାନଙ୍କ ସହଭାଗିତାକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ପ୍ରଶ୍ନ ରହିଛି। ଏହି କୁଇଜ କାର୍ଯ୍ୟକ୍ରମର ବିଜେତାଙ୍କୁ ‘ଆର୍ଥ୍‌ ଚାମ୍ପିଅନ’ ଘୋଷଣା କରାଯିବା ସହିତ ୟୁନିସେଫ୍‌ ଇଣ୍ଡିଆ ପକ୍ଷରୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ।

ଏହି କୁଇଜରେ ଭାଗ ନେବା ପାଇଁ ହେଲେ,

ଫେସବୁକ୍‌ ଲିଙ୍କ୍‌: https://m.me/ureportindia/?ref=equiz

ହ୍ୱାଟସଅପ୍‌ ଲିଙ୍କ୍ :https://wa.me/919650414141?text=equiz ରେ କ୍ଲି୍‌କ କାରିବାକୁ ପଡ଼ିବ। ଏହାପରେ ଆପଣ equiz ଟାଇପ୍‌ କରି ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ।

କୁଇଜର ଶୀର୍ଷ ଅଂଶଗ୍ରହଣକାରୀମାନେ, ଜଳବାୟୁ ପ୍ରତି ଅଧିକ ଉତ୍ସାହୀ ଥିବା ପିଲାମାନେ, ୟୁନିସେଫ୍ ଇଣ୍ଡିଆ ସହିତ ଏକ ଅନଲାଇନ୍ କର୍ମଶାଳା ପାଇଁ ଆମନ୍ତ୍ରିତ ହେବେ,  ଯାହା ଚଳିତ ବର୍ଷ ବିଶ୍ୱ ଶିଶୁ ଦିବସ ପର୍ଯ୍ୟନ୍ତ ଚାଲିବ।  ଫଳରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ହେବ।

ପୃଥିବୀକୁ ବଞ୍ଚାଇବା ପାଇଁ ଆମେ ସମସ୍ତେ ଏକତ୍ରିତ ହେବା ଆବଶ୍ୟକ କାରଣ ଆମର ଦ୍ୱିତୀୟ ଘର ନାହିଁ। ପୃଥିବୀକୁ ବଞ୍ଚାଇବା ପାଇଁ ଆଗାମୀ ପିଢ଼ିର ପିଲାମାନେ ହିଁ ମୁଖ୍ୟ କର୍ଣ୍ଣଧାର। କାରଣ ସେମାନେ ହିଁ ଭବିଷ୍ୟତର ନିଷ୍ପତ୍ତି ନେବେ।

Comment