ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ ଓଡ଼ିଶାରେ ପ୍ରବେଶ କରିଛି ମୌସୁମୀ। ଜୁନ୍‌ ୧୧ କିମ୍ଵା ୧୨ ତାରିଖରେ ଓଡ଼ିଶା ଛୁଇଁବା ନେଇ ଆକଳନ କରାଯାଇଥିଲା।

ମୌସୁମୀ ପ୍ରବେଶ ସହ ରାଜ୍ୟରେ ଲଗାଣ ବର୍ଷା ଆରମ୍ଭ ହେବ। ଏବର୍ଷ ରାଜ୍ୟରେ ସ୍ଵାଭାବିକ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଗତକାଲିଠାରୁ ବର୍ଷା ଆରମ୍ଭ ହୋଇଛି।

Comment