ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜିଲ୍ଲାରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୯୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ସେଥିମଧ୍ୟରୁ ୪୩ ଜଣ ଆକ୍ରାନ୍ତ କେବଳ ନିଶ୍ଚିନ୍ତକୋଇଲି ବ୍ଳକରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ୯୧ ଆକ୍ରାନ୍ତ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳରୁ ବୋଲି ଜଣାପଡ଼ିଛି।
ନିଶ୍ଚିନ୍ତକୋଇଲି ବ୍ଳକରୁ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନରସିଂହପୁରରୁ ୨୬, ନିଆଳିରୁ ୧୧, ମାହାଙ୍ଗାରୁ ୫, ଡମପଡ଼ାରୁ ୪, ସାଲେପୁରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମାହାଙ୍ଗାର ଗୋଟିଏ କ୍ୱାରେଣ୍ଟାଇନ ସେଣ୍ଟରର ସୁରକ୍ଷା କର୍ମୀଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ୯୧ ଆକ୍ରାନ୍ତ ରାଜ୍ୟ ବାହାରୁ ଫେରିଥିବା ସୂଚନା ମିଳିଛି।















