ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ କରୋନା କାୟା ମେଲାଉଛି। ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି। ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏହି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ଥିବା ଜଣାପଡ଼ିଛି।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ଭିତରେ ୩ ହଜାର ୪୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୧ ହଜାର ୪୧ରେ ପହଞ୍ଚିଛି। ଏହାସହ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ବି ଅଧିକ ରହିଛି। ଗତ ୨୪ ଘଣ୍ଟାରେ ୧୨୭ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୭୧୭ରେ ପହଞ୍ଚିଛି।

କେବଳ ମୁମ୍ବାଇରେ ମୃତ୍ୟୁ ସଂଖ୍ୟା ୨ ହଜାର ଛୁଇଁଥିବା ବେଳେ ଗତ ୨୪ ଘଣ୍ଟାରେ ୧୩୬୬ ନୂଆ କେସ୍‌ ସାମ୍ନାକୁ ଆସିଛି।

Comment