ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଗତକାଲି ଓଡ଼ିଶା ଛୁଇଁଛି। ଯାହାର ପ୍ରଭାବରେ ଗତକାଲିଠାରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି। ତେବେ ଆଉ ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶା ମୌସୁମୀ ବର୍ଷାରେ ଭିଜିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଗତକାଲି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି। ଏଥିସହିତ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ଝିପଝିପ୍ ବର୍ଷା ହୋଇଛି। ତେବେ ଆଉ ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିଛି।

ଚଳିତବର୍ଷ ସ୍ୱାଭାବିକ ପରିମାଣର ବର୍ଷା ହେବ। ଯାହା ଫଳରେ ଚାଷୀମାନଙ୍କ ଚାଷ ପାଇଁ ଏଥର ମୌସୁମୀ ବର୍ଷା ଉପଯୋଗୀ ହୋଇପାରିବ ବୋଲି କୁହାଯାଇଛି।

Comment