ଓଡ଼ିଶାଲାଇଭ୍ ବ୍ୟୁରୋ

ସଟଡାଉନରେ ଖୋଲାରହିପାରିବ ରାଜପଥ କଡ଼ରେ ଥିବା ଢ଼ାବା। କରୋନା କଟକଣା ପାଇଁ ରାଜ୍ୟ ସରକାର ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରାଯାଇଛି। ହେଲେ ଏହି ନିୟମକୁ ଆଜି କେତେକ ପରିମାଣରେ କୋହଳ କରାଯାଇଛି। ଏଣିକି ଏହି ସଟଡାଉନ୍ ସମୟରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢ଼ାବାଗୁଡ଼ିକ ଖୋଲାରହିପାରିବ।

ଏହି ଢ଼ାବାଗୁଡ଼ିକୁ ରାତ୍ରିକାଳୀନ କର୍ଫ୍ୟୁ ନିୟମରୁ ମଧ୍ୟ ବାଦ୍ ଦିଆଯାଇଛି। ଅର୍ଥାତ ରାତି ୭ଟା ପରେ ମଧ୍ୟ ଏହି ରାଜପଥ କଡ଼ର ଢ଼ାବଗୁଡ଼ିକ ଖୋଲାରହିପାରିବ ବୋଲି କୁହାଯାଇଛି। ତେବେ ଏହି ଢ଼ାବାରୁ ଲୋକମାନେ ଖାଇବା ପାର୍ସଲ ନେଇ ଖାଇପାରିବେ। ହେଲେ ଏହି ଢ଼ାବାରେ ବସି ଖାଇପାରିବେ ନାହିଁ ବୋଲି ପୂର୍ବରୁ କୁହାଯାଇସରିଛି।

LEAVE A REPLY

Please enter your comment!
Please enter your name here