ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଗଞ୍ଜାମ ଜିଲ୍ଲାରେ ୧୧ ଜଣ କୋଭିଡ୍ ଯୋଦ୍ଧା ହେଲେ କରୋନା ପଜିଟିଭ୍। ଏନେଇ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୧ ଜଣ କରୋନା ଯୋଦ୍ଧା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି କୋଭିଡ୍ ଯୋଦ୍ଧାମାନେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ହୋଇଛନ୍ତି ବୋଲି ସେ କହିଛନ୍ତି।

ଏହାବାଦ୍ ଜିଲ୍ଲାର ଛତ୍ରପୁରରୁ ୪ ଜଣ, ପାତ୍ରପୁରରୁ ୨ଜଣ, ଚିକିଟି, ଭଞ୍ଜନଗର ଓ ଆସ୍କାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ବୁଗୁଡ଼ା ଓ ପାତ୍ରପୁର ଅଞ୍ଚଳରୁ ମଧ୍ୟ ଆଉ ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

କରୋନା ସଂକ୍ରମିତ ଜିଲ୍ଲା ତାଲିକାରେ ଏବେ ସୁଦ୍ଧା ଗଞ୍ଜାମ ସବୁଠୁ ଆଗରେ ରହିଛି। ସେଠାରେ ୬୭୮ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ୫୪୫ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ଏବେ ବି ସେଠାରେ ୧୨୮ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ସୂଚନା ରହିଛି।

Comment