ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁରର ବଡ଼ବଜାର ଅଞ୍ଚଳରେ ଥିବା ଗଣେଶ ମାର୍କେଟ କମ୍ପ୍ଲେକ୍ସକୁ ସିଲ୍ କଲା ଜିଲ୍ଲା ପ୍ରଶାସନ। ଲକଡାଉନ୍ ନିୟମ ନମାନି ଏହି ମାର୍କେଟ କମ୍ପ୍ଲେକ୍ସ ଖୋଲା ରହିଥିବା କାରଣରୁ ଜିଲ୍ଲା ପ୍ରଶାସନ ଏହାକୁ ସିଲ୍ କରିଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଆଜିଠାରୁ ଜୁନ୍ ୩୦ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛି। କେବଳ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ପତ୍ର ଖୋଲାରହିପାରିବ ବୋଲି ଜିଲ୍ଲାପାଳ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଗଣେଶ ମାର୍କେଟ କମ୍ପ୍ଲେକ୍ସ ନିୟମ ନମାନି ଖୋଲା ରହିଥିବାରୁ ଜିଲ୍ଲା ପ୍ରଶାସନ ଏହାକୁ ସିଲ୍ କରିଛି।

ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଗାଡ଼ିମୋଟର ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଏଥିସହ ଦିନ ୧୨ଟା ପରେ ଲୋକମାନଙ୍କୁ ବାହାରେ ନବୁଲିବାକୁ କୁହାଯାଇଛି।

ପ୍ରତି ସୋମବାରରୁ ଶୁକ୍ରବାର ଗଞ୍ଜାମରେ ଜିଲ୍ଲା ପ୍ରଶାସନର ନିୟମ ଅନୁଯାୟୀ ଲକଡାଉନ୍ କଟକଣା ପାଳନ କରାଯିବ। ସେହିପରି ପ୍ରତି ଶନିବାର ଓ ରବିବାର ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ସଟଡାଉନ୍ କଟକଣା ପାଳନ କରାଯିବ ବୋଲି କୁହାଯାଇଛି।

Comment