ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ମାସ ତଳେ ଯେତେବେଳେ ଭାରତରେ କରୋନା ମହାମାରୀ ଆସ୍ତେ ଆସ୍ତେ ମୁଣ୍ଡ ଟେକୁଥିଲା ସେହି ସମୟରେ ଗୋଟିଏ କଥା ଘମାଘୋଟ ଆଲୋଚନା ଚାଲିଥିଲା ଯେ ଗ୍ରୀଷ୍ମ ଆସିବା ପରେ ତାପମାନ ବଢିବ ଏବହ କରୋନା ଭୂତାଣୁ ବି ଦୁର୍ବଳ ହୋଇଯିବ। ସଂକ୍ରମଣ ସଂଖ୍ୟା ବି ହ୍ରାସ ପାଇବ। ତାହା କିନ୍ତୁ ହେଲା ନାହିଁ। ବର୍ତ୍ତମାନ ଆଲୋଚନା ଚାଲିଛି ମୌସୁମୀ ବର୍ଷା ଆସିବା ପରେ ତାପମାନ କମିବା ସହ କରୋନା ସଂକ୍ରମଣ ଉପରେ ଏହା କିଛି ପ୍ରଭାବ ପକାଇବ କି?
କରୋନା ଯେହେତୁ ଏକ ନୂଆ ପ୍ରକାରର ଭୂତାଣୁ, ବୈଜ୍ଞାନିକମାନେ ନିଶ୍ଚିତ ନୁହଁନ୍ତି ବର୍ଷା ଦିନେ କରୋନା ଭୂତାଣୁ କିଭଳି ବ୍ୟବହାର ପ୍ରଦର୍ଶନ କରିବ। ଭାରତରେ ସାଧାରଣତଃ ବର୍ଷା ଦିନେ ଅନେକ ପ୍ରକାର ରୋଗାଣୁବାହକ ଅସୁସ୍ଥତା ଯଥା ମ୍ୟାଲେରିଆ, ଡେଙ୍ଗୁ ଓ ଚିକୁନଗୁନିଆ ଆଦି ହୋଇଥାଏ।
କରୋନା ସହିତ ଭେକ୍ଟରବାହିତ ରୋଗର କୌଣସି ସମ୍ପର୍କ ନାହିଁ। କାରଣ କୋଭିଡ୍ ହେଉଛି ଏକ ଇନଫ୍ଲୁଏଞ୍ଜା ଜାତିର ରୋଗ, ଯାହାକି ଫୁସପୁସକୁ ସଂକ୍ରମିତ କରିଥାଏ। ଭେକ୍ଟରବାହିତ ରୋଗ ଓ କରୋନା ଭିତରେ ଅନେକ ତଫାତ୍ ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।















