ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ସରକାରଙ୍କୁ ଘାରିଛି କରୋନା ଡର। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସିସୋଦିଆଙ୍କ ସ୍ଵାବ ନମୁନା ପଜିଟିଭ୍‌ ଆସିଛି। ଏହାସହ ଆପ୍‌ ବିଧାୟକ ଆତିଶୀଙ୍କ ନମୁନା ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛି।

ମନୀଷ ସିସୋଦିଆଙ୍କ ଭିତରେ କରୋନା ଲକ୍ଷଣ ଦେଖାଯିବା ପରେ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା। ଟେଷ୍ଟ ପରେ ଏହା ପଜିଟିଭ ଆସିଛି। ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ କାଶ, ଜ୍ଵର ହେବାରୁ ସେ କରୋନା ଟେଷ୍ଟ କରାଇଥିଲେ। ହେଲେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ସେହପରି ଦିଲ୍ଲୀ ସ୍ଵାସ୍ଥ୍ୟମନ୍ତ୍ରୀ ମଧ୍ୟ କରୋନା ଟେଷ୍ଟ କରାଇଛନ୍ତି।

ବର୍ତ୍ତମାନ ଦିଲ୍ଲୀରେ କରୋନା ଆକ୍ରାନ୍ତ ସଂଖ୍ୟା ୪୪,୬୮୮ରେ ପହଞ୍ଚିଛି। ସେହିପରି ୧୬, ୫୦୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୨୬,୩୫୧ ଜଣ ସକ୍ରିୟ ଥିବା ବେଳେ ୧,୮୩୭ ଜଣଙ୍କ ମୃତ୍ୟୁ ହୋଇଛି।

Comment