ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ବିଜେଡି ବିଧାୟକ ତଥା ବିଜେପି ନେତା ପୂର୍ଣ୍ଣ ଚନ୍ଦ୍ର ନାୟକ। ଏନେଇ ସେ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି।

ଦଶପଲ୍ଲାରେ ନିର୍ଦ୍ଦିଷ୍ଟ ଏକ ଅସାମାଜିକ ଗୋଷ୍ଠୀ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କରିଦେଇଛନ୍ତି। କିଛି ବ୍ୟକ୍ତି ରାଜନେତାଙ୍କ ବଳରେ ଏଠାରେ ଆତଙ୍କରାଜ ଚଳାଇଛନ୍ତି। ଫଳରେ ସାଧାରଣ ଲୋକ ଭୟଭୀତ ହୋଇଯାଇଥିବା ଶ୍ରୀ ନାୟକ କହିଛନ୍ତି। ଏହି ଦାବିପତ୍ରରେ ପୂର୍ବତନ ବିଡିଓଙ୍କ ପ୍ରତି ହୋଇଥିବା ମରଣାନ୍ତକ ଆକ୍ରମଣ ଉଦ୍ୟମ ଘଟଣା ମଧ୍ୟ ଦର୍ଶାଯାଇଛି।

ପୂର୍ବରୁ ସଂପୃକ୍ତ ଗୋଷ୍ଠୀର ଅନେକ ଅସାମାଜିକ କାର୍ଯ୍ୟକଳାପ ଘଟଣା ସଂପର୍କରେ ଜଣାଥିଲେ ମଧ୍ୟ ପୋଲିସ୍ ପ୍ରଶାସନ ନୀରବ ରହିଥିବା ସେ ଅଭିଯୋଗ କରିଛନ୍ତି।

ଦଶପଲ୍ଲା ଅଞ୍ଚଳରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ଦିଗରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିବାକୁ ଭାଜପା ନେତା ଶ୍ରୀ ନାୟକ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here