ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ଏହାରି ମଧ୍ୟରେ ୫ ଦିନ ହେଲାଣି। ଗୁରୁବାର ସୁଶାନ୍ତଙ୍କ ପରିବାର ଲୋକ ତାଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ପାଟନାର ଏନଆଇଟି ଗଙ୍ଗା ଘାଟରେ ସୁଶାନ୍ତଙ୍କ ଅସ୍ଥି ବିସର୍ଜନ କରାଯାଇଛି। ସୁଶାନ୍ତଙ୍କ ବାପା ଅସ୍ଥି ବିସର୍ଜନ କରିଥିଲା ବେଳେ ସୁଶାନ୍ତଙ୍କ ଭଉଣୀ ମଧ୍ୟ ସାଙ୍ଗରେ ଥିଲେ।
ସୁଶାନ୍ତଙ୍କ ଅସ୍ଥି ଗଙ୍ଗା ଘାଟରେ ବିସର୍ଜନ ହେବ ବୋଲି ତାଙ୍କ ଭଉଣୀ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ସେହିପରି ସୁଶାନ୍ତଙ୍କ ସମ୍ପର୍କୀୟମାନେ ଆସିବା ପରେ ପୈତୃକ ଗାଁ ପୁର୍ନିଆରେ ଶ୍ରାଦ୍ଧ କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି।
ସୁଶାନ୍ତ ସିଂ ରାଜପୁତ ୧୯୮୬ରେ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିଲେ। ଜୁନ ୧୪ ତାରିଖରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ସମସ୍ତଙ୍କୁ ଏକ ବଡ଼ ଝଟକା ଦେଇଛି। କେହି ବି ଏହି ଦୁଃଖକୁ ଭୁଲି ପାରିନାହାନ୍ତି। ସୋସିଆଲ ମିଡିଆରେ ମଧ୍ୟ ସୁଶାନ୍ତଙ୍କୁ ନେଇ ଜୋର ଚର୍ଚ୍ଚା ଚାଲିଛି।


















