ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଭାରତୀୟ ସେନା କୌଣସି ଗୁଣରେ କମ୍‌ ନୁହନ୍ତି। ଆମ ସେନା ବାହିନୀ ପାଖରେ ଯଥେଷ୍ଟ ଶକ୍ତି ଏବଂ ସାମର୍ଥ୍ୟ ରହିଛି। ଆମର ଗୋଟିଏ ଇଞ୍ଚ ଜମି ତ ନେବା କଥା, କେହି ଆଖି ଉଠାଇ ପାରିବେ ନାହିଁ। ଭାରତ ମାତାକୁ ଯିଏ ଆଖି ଉଠାଇ ଦେଖିଛି ତାର ଅବସ୍ଥା କ’ଣ ହୋଇଛି ତାହା ସମସ୍ତେ ଜାଣିଛନ୍ତି। ଭାରତର ସୀମାକୁ ରକ୍ଷା କରିବା ପାଇଁ ଜଳ, ସ୍ଥଳ ଏବଂ ଆକାଶପଥରେ ଆମ ସୈନିକମାନେ ଯାହା କରିବା କଥା ତାହା କରୁଛନ୍ତି’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସେନା ଭିତରେ ଜୋରଦାର ସଂଘର୍ଷ ହେବା ଫଳରେ ୨୦ ଜଣ ଯାବନ ସହିଦ ହୋଇଥିଲେ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ୨୦ଟି ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିଲେ।

ଏହି ଅବସରରେ ମୋଦୀ କହିଥିଲେ, ‘‘ଦେଶର ସୀମାକୁ ସୁରକ୍ଷିତ ରଖିବା ପାଇଁ ଭିତ୍ତିଭୂମି ଉନ୍ନୟନକୁ ପ୍ରାଥମିକତା ଦିଆଯାଇଥିଲା। ଏହି ଭିତ୍ତିଭୂମି ପାଇଁ ସୀମାରେ ପାଟ୍ରୋଲିଂକୁ ଆଗ ଅପେକ୍ଷା ଏବେ ଅଧିକ କଡ଼ାକଡ଼ି କରାଯାଇଛି। ପାଟ୍ରୋଲିଂ ବଢ଼ିଥିବାରୁ ସତର୍କତା ବଢ଼ିଛି। ଏଲଏସିରେ ହେଉଥିବା ଗତିବିଧି ଉପରେ ଠକ୍ ସମୟରେ ସୂଚନା ମିଳିପାରୁଛି।’’

ମୋଦୀ ଆହୁରି କହିଥିଲେ ଯେ, ଆମ ସୀମାରେ କେହି ଅନୁପ୍ରବେଶ କରି ନାହାନ୍ତି। ଆମ ପୋଷ୍ଟକୁ କେହି କବ୍‌ଜା କରି ନାହାନ୍ତି।

Comment