ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ରକ୍ତଭଣ୍ଡାର ସିଲ୍‌ ହୋଇଛି। ୨୪ ଘଣ୍ଟା ପାଇଁ ରକ୍ତଭଣ୍ଡାରକୁ ସିଲ୍‌ କରିଛି ପ୍ରଶାସନ। କ୍ୟାପିଟାଲ ହସ୍ପିଟାଲର ଲ୍ୟାବ୍ ଟେକନିସିଆନ ଭାବେ ସେ କାମ କରୁଥିଲେ।

ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଥିବା ବେଳେ ଅନ୍ୟ ୭ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। ରକ୍ତଭଣ୍ଡାରକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରିବା ପରେ ଖୋଲାଯିବ।

ଭୁବନେଶ୍ୱରରେ ଆଜି ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଡୁମୁଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here