ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ସମସ୍ତ ଆକ୍ରାନ୍ତ ଭୁବନେଶ୍ଵରର ହୋଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି।

ପୂର୍ବରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ଥିବା ସରକାରଙ୍କ ତରଫରୁ ସୂଚନା ମିଳିଥିଲା। ବର୍ତ୍ତମାନ ଆଉ ଜଣେ କରୋନା ରୋଗୀଙ୍କ ରିପୋର୍ଟ ପଜିଟିଭ ଆସିଛି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାକୁ କଡ଼ାକଡ଼ି ପାଳନ ମଧ୍ୟ କରାଯାଉଛି। ଏହାସହ କେନ୍ଦ୍ର ସରକାର ମଧ୍ୟ ୨୧ ଦିନ ପାଇଁ ସାରା ଭାରତକୁ ଲକ୍‌ଡାଉନ୍‌ କରିଛନ୍ତି। ଏହାକୁ କଡ଼ାକଡ଼ି ମଧ୍ୟ ପାଳନ କରାଯାଉଛି।

Comment