ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା: ଜଟଣୀ ଥାନା ଅନ୍ତର୍ଗତ ବଡରଘୁନାଥପୁର ଅଞ୍ଚଳରୁ ୭୦୬ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଖୋର୍ଦ୍ଧା-ଜଟଣୀ ପୋଲିସ ଓ କ୍ୱିଏଟି ଆଜି ମିଳିତ ଚଢ଼ାଉ କରିଥିଲା। ଏହି କାରବାରରେ ୨ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ନଗଦ ୧୮୦୦ ଟଙ୍କା, ଗୋଟିଏ କାର ଓ ଗୋଟିଏ ସ୍କୁଟି ଜବତ ହୋଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୭୨ଲକ୍ଷ ଟଙ୍କା ହେବ।