ଓଡ଼ିଶାଲାଇଭ୍ ବ୍ୟୁରୋ

  • ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର
  • ପେଟ୍ରୋଲ ଲିଟର ପିଛା ଦାମ ୫୧ ପଇସା ବୃଦ୍ଧି
  • ଡିଜେଲ୍ ଲିଟର ପିଛା ଦାମ ୬୧ ପଇସା ବୃଦ୍ଧି

କରୋନା ସଙ୍କଟ ମଧ୍ୟରେ ଏବେ ଗାଡ଼ି ଚାଳକମାନଙ୍କ ପାଇଁ ଚିନ୍ତା ପାଲଟିଛି ତେଲ ଦର ବୃଦ୍ଧି। ଆଜି ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦାମରେ ବୃଦ୍ଧି ଘଟିଛି। ଫଳରେ ପେଟ୍ରୋଲ ଦାମ ପାଖାପାଖି ୮୦ ଛୁଇଁଥିବାବେଳେ ଡିଜେଲ ଦାମ ୭୫ ଟପିବ ବୋଲି ଲକ୍ଷ୍ୟ କରାଯାଉଛି।

ଆଜି ପେଟ୍ରୋଲ ଲିଟର ପିଛା ଦାମ ୫୧ ପଇସା ବଢ଼ିଥିବାବେଳେ ଡିଜେଲ ଲିଟର ପିଛା ଦାମ ୬୧ ପଇସା ବୃଦ୍ଧି ଘଟିଛି। ଯାହାକୁ ନେଇ ଗାଡ଼ି ଚାଳକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଗତ ୧୩ ଦିନକୁ ଲକ୍ଷ୍ୟ କଲେ ଜଣାପଡ଼ିବ ଯେ, ଏହା ମଧ୍ୟରେ ପେଟ୍ରୋଲ ଲିଟର ପିଛା ଦାମ ପାଖାପାଖି ୮ ଟଙ୍କା ବୃଦ୍ଧି ଘଟିଛି। କରୋନା ସଙ୍କଟ ସମୟରେ ଅର୍ଥାଭାବ ଭିତରେ ଚଳୁଥିବା ଲୋକଙ୍କ ପାଖରେ ଏବେ ତେଲ ଦର ବୃଦ୍ଧି ବାଧିଛି।

LEAVE A REPLY

Please enter your comment!
Please enter your name here