ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଚୀନକୁ ସୀମା ବିବାଦକୁ ନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଠକ କରୁଛନ୍ତି। ଏହି ବୈଠକରେ ତିନି ସେନାର ମୁଖ୍ୟଙ୍କ ସହ ସିଡିଏସ୍ ବିପିନ ରାୱତ ମଧ୍ୟ ସାମିଲ ଅଛନ୍ତି।

ଏହି ବୈଠକରେ ଲଦାଖର ସ୍ଥିତି ତଥା ଏଲଏସି ଅଞ୍ଚଳରେ ସେନାର କିଭଳି ପ୍ରସ୍ତୁତି ଚାଲିଛି ସେନେଇ ଆଲୋଚନା କରାଯିବ। ତିନି ସେନାର ମୁଖ୍ୟ ଏନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଇବେ।

ଏହାପୂର୍ବରୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୀମା ବିବାଦକୁ ନେଇ ସେନା ମୁଖ୍ୟଙ୍କ ସହ ଆଲୋଚନା କରିସାରିଛନ୍ତି। ଏଥିସହ ତିନି ସେନାକୁ ଆଲର୍ଟ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସୀମା ଅଞ୍ଚଳରେ ସେନା ତୀକ୍ଷଣ ନଜର ରଖିବା ସହ ଜଳପଥରେ ମଧ୍ୟ ସଜାଗ ରହିଛି। ଯେକୌଣସି ପ୍ରକାର ଆକ୍ରମଣକୁ ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଥିବା କୁହାଯାଉଛି।

କିଛି ଦିନ ତଳେ ସୀମା ବିବାଦକୁ ନେଇ ଭାରତ ଓ ଚୀନର ସେନା ହାତାହାତି ହୋଇଥିଲେ। ଯେଉଁଥିରେ ଭାରତର ୨୦ ଯବାନ ସହିଦ ହେବା ସହିତ ଚୀନର ୪୩ ଯବାନ ପ୍ରାଣ ହରାଇଥିଲେ। ସେହିଦିନଠାରୁ ବର୍ଡର ଉପରେ ଭାରତୀୟ ସେନା ତୀକ୍ଷଣ ନଜର ରଖିବା ସହିତ ଆଲର୍ଟ ହୋଇ ରହିଛି।

LEAVE A REPLY

Please enter your comment!
Please enter your name here