ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ରେ ଜଣେ ଅଳଙ୍କାର ଦୋକାନୀ ଏବଂ ତାଙ୍କ ପରିବାରର ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୨୨ଟି ଗହଣା ଦୋକାନ ସଟଡାଉନ୍‌ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସଂକ୍ରମଣ ରୋକିବା ପାଇଁ ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ ଏହି ଘୋଷଣା କରିଛନ୍ତି। ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ନିୟମ ବଳବତ୍ତର ରହିବ।

ଦୁଇ ଦିନ ତଳେ ଅଳଙ୍କାର ଦୋକାନୀଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା। ପରେ ବ୍ୟବସାୟୀଙ୍କ ପରିବାରର ୫ଜଣ ସଦସ୍ୟଙ୍କଠାରେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଏହାସହ ଜଣେ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନୟାଗଡ଼ ସହରର ୨୨ଟି ଗହଣା ଦୋକାନକୁ ସଟ୍‌ଡାଉନ୍‌ କରିଛନ୍ତି।

ଅଳଙ୍କାର ଦୋକାନୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ସାନିଟାଇଜର ପ୍ରକ୍ରିୟା ଶେଷ ହେବା ପରେ ଗହଣା ଦୋକାନ ଖୋଲାଯିବ। ସେପର୍ଯ୍ୟନ୍ତ କୌଣସି ଗହଣା ଦୋକାନ ଖୋଲିପାରିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here