ଓଡିଶାଲାଇଭ୍ ବ୍ୟୁରୋ  

କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ରାଜ୍ୟରେ ସଭାସମିତି ବନ୍ଦ ରହିଛି। ଏଣୁ ସମସ୍ତ ପ୍ରକାର ନୃତ୍ୟସଙ୍ଗୀତ ଉତ୍ସବ ମଧ୍ୟ ବନ୍ଦ ହୋଇଯାଇଛି। ଏହି ସମୟରେ କଳାର ଧାରାକୁ ବଜାୟ ରଖିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଆ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ରେକର୍ଡ କରାଯାଇ ଟେଲିଭିଜନ ଓ ଡିଜିଟାଲ ମିଡିଆରେ ପ୍ରସାରଣ କରାଯାଉଛି।

ଏହି ଭିଡିଓରେ ଓଡ଼ିଶୀ ସଙ୍ଗୀତ ଜଗତର ଦୁଇ ସୁପ୍ରସିଦ୍ଧ ସଙ୍ଗୀତଗୁରୁ ଗୁରୁ ରାମହରି ଦାସ ଓ ଗୁରୁ ବିଜୟ କୁମାର ଜେନା ଓଡ଼ିଶୀ ସଙ୍ଗୀତ ଗାଇ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ବଂଶୀ, ମୃଦଙ୍ଗ, ବୀଣା ଏବଂ ହାରମୋନିୟମର ତାଳେ ତାଳେ ଉଭୟ ଗୁରୁଙ୍କର ଯୁଗଳବନ୍ଦୀ ବେଶ୍ ଶ୍ରୁତିମଧୁର ହୋଇଛି।

ଓଡ଼ିଆ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପ୍ରସ୍ତୁତ ଏହି ନୃତ୍ୟସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମକୁ ଦେଶବିଦେଶର ଦର୍ଶକଙ୍କ ପାଖରେ  ପହଞ୍ଚାଇବା ପାଇଁ ଓଡିଶାଲାଇଭର ଫେସବୁକ, ୟୁଟ୍ୟୁବ ଆଦି ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯାଉଛି।

Comment