ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ୠଷ ଗସ୍ତର ଆଜି ହେଉଛି ତୃତୀୟ ଦିନ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତ ୠଷର ବିଜୟକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ମସ୍କୋରେ ପରେଡ ଅନୁଷ୍ଠିତ ହେଉଛି। ଏହି ଗ୍ରାଣ୍ଡ ପରେଡରେ ରାଜନାଥ ସିଂ ଯୋଗ ଦେବେ।

ଏଥି ସହ ଆଜି ଆୟୋଜିତ ସମାରୋହରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ୱେ ୱେଙ୍ଗି ମଧ୍ୟ ଯୋଗଦେବେ। ୩ ଦେଶର ଯବାନ ଏକାଠି ପରେଡ କରିବେ।

ମସ୍କୋରେ ଅନୁଷ୍ଠିତ ପରେଡ୍ ପାଇଁ ଭାରତର ତିନି ସେନାର ୭୫ ଜଣ ଯବାନ ୠଷ ଗସ୍ତ କରିଛନ୍ତି। ଜଣେ କର୍ଣ୍ଣେଲ ରାଙ୍କ୍‌ର ଅଧିକାରୀ ନେତୃତ୍ୱ ନେବେ।

ସୋଭିଏତ ଯୁଦ୍ଧର ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି ସମାରୋହ ପାଇଁ ବିଶ୍ୱର ଅନେକ ଦେଶରୁ ନେତା ଓ ସେନା ୠଷରେ ପହଞ୍ଚିଛନ୍ତି। ଚୀନ ଭାରତ ସୀମା ବିବାଦ ମଧ୍ୟରେ ଏହା ପ୍ରଥମ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ହେବ ଯେଉଁଠାରେ ଦୁଇ ଦେଶର ସୈନ୍ୟ ଏକାଠି ରହିବେ, ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ସେଠାରେ ରହିବେ।

Comment