ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟ ୧୩୯ ହୋଇଛି ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ ଜଣ ସୁସ୍ଥ ହୋଇଛନ୍ତି। ୨୪ ଜଣ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ରହିଥିବା ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ ସୂଚନା ଦେଇଛନ୍ତି। ହେଲେ ନୟାଗଡ଼ ସହରର ଜଣେ ଆକ୍ରାନ୍ତ ଅଳଙ୍କାର ବ୍ୟବସାୟୀ ଲିଙ୍କରେ ପୁଣି ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିଲାଗି ଯାମୁସାହି ଗାଁକୁ ଆଜି କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି।
କରୋନା ତାଜା ସ୍ଥିତି ସଂପର୍କରେ ଜିଲ୍ଲାପାଳ ଟୁଡ଼ୁ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ଜିଲ୍ଲାରେ ମୋଟ ୧୫୦ କ୍ୱାରେଣ୍ଟାଇନ୍ ସେଣ୍ଟର ରହିଛି। ସେଥିମଧ୍ୟରୁ ୧୧୫ ସେଣ୍ଟରରେ ୫୫୯ ଜଣ ବ୍ୟକ୍ତି କ୍ୱାରେଣ୍ଟାଇନରେ ଅଛନ୍ତି।
କରୋନା ପ୍ରତିରୋଧ ନେଇ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ ବୋଲି ଜିଲ୍ଲାପାଳ କହିଥିଲେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସୁବାସ ଚନ୍ଦ୍ର ରାୟ ଏବଂ ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତ ଉପସ୍ଥିତ ଥିଲେ।















