ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏ ବର୍ଷ ଦୀପାବଳିରେ ବିକ୍ରି ହେବନି ଚୀନର କୌଣସି ଜିନିଷ। ଆମ ଦେଶର ମାଟିରୁ ନିର୍ମିତ ଦୀପ ଏବଂ ସାଜସଜ୍ଜା ସାମଗ୍ରୀରେ ଦିପାବଳି ପାଳିବେ ଦେଶବାସୀ। ଚୀନକୁ ପାନେ ଦେବା ପାଇଁ ‘କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ’ ଦେଶର ବ୍ୟବସାୟୀ ତଥା ଲୋକଙ୍କୁ ଏହି ଆହ୍ୱାନ ଦେଇଛି।

ଚଳିତ ବର୍ଷ ଦୀପାବଳିରେ କୌଣସି ଚାଇନା ସାମଗ୍ରୀ ବ୍ୟବହାର ନକରିବାକୁ ସମସ୍ତ ଭାରତୀୟ ସଂକଳ୍ପବଧ ହେବା ଉଚିତ ବୋଲି ୟୁନିଅନ ଟ୍ରେଡର୍ସ କହିଛି।

ବ୍ୟବସାୟୀମାନେ ଆଉ ଚାଇନ ସାମଗ୍ରୀ ଆଣନ୍ତୁ ନାହିଁ କି ବିକି କରନ୍ତୁ ନାହିଁ। ଯଦି କୌଣସି ବ୍ୟବସାୟୀଙ୍କ ନିକଟରେ ଚାଇନା ସାମଗ୍ରୀ ରହିଛି ତେବେ ଜୁଲାଇ ୧୫ ସୁଦ୍ଧା ତା’ର ବିକ୍ରୟ ସାରିଦିଅନ୍ତୁ କହିଛି ୟୁନିଅନ ଟ୍ରେଡର୍ସ।

‘‘ଚୀନ୍ ସାମଗ୍ରୀ କିଣିବାରେ ଆମଦେଶର ଲୋକମାନେ ଖର୍ଚ୍ଚ କରିଥିବା ଟଙ୍କାକୁ ଚୀନ୍ ଆମ ସେନା ବିରୋଧରେ ବ୍ୟବହାର କରୁଛି। ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବାରେ ପାକିସ୍ତାନକୁ ସାହାଯ୍ୟ କରୁଛି। ତେଣୁ ଚୀନ ସାମଗ୍ରୀକୁ ବହିଷ୍କାର କରାଯିବା ଦରକାର’’, କହିଛି କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ।

ସେହିପରି ରାକ୍ଷୀ, ଜନ୍ମାଷ୍ଟମୀ ଏବଂ ଅନ୍ୟାନ୍ୟ ପର୍ବଗୁଡ଼ିକ କେବଳ ଭାରତୀୟ ସଂସ୍କୃତି ଅନୁଯାୟୀ ଭାରତୀୟ ସାମଗ୍ରୀ ବ୍ୟବହାର କରି ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।

Comment