ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଗୁଲ ପେ’କୁ ବ୍ୟାନ୍ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ମୋବାଇଲ୍ ସାହାଯ୍ୟରେ ଟଙ୍କା ଦେଣନେଣ କରୁଥିବା ଏହି ଆପକୁ ଆରବିଆଇ ପକ୍ଷରୁ ଅସିଦ୍ଧ ଘୋଷଣା କରାଯାଇଛି। ସୋସିଆଲ୍ ମିଡିଆରେ ଏଭଳି କିଛି କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି କଥାକୁ ନେଇ ଲୋକଙ୍କ ମନରେ ମଧ୍ୟ ଏକ ପ୍ରକାରର ଭୟ ମଧ୍ୟ ଦେଖିବାକୁ ମିଳିଛି। ଯେଉଁମାନେ ନିଜ ଆକାଉଣ୍ଟକୁ ଏହି ଗୁଗୁଲ ପେ’ ସହ ଯୋଡ଼ିଛନ୍ତି ସେମାନେ ଏବେ ଆଶା ଆଶଙ୍କାରେ ରହିଛନ୍ତି।ଅସଲ କଥା ହେଉଛି, ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ ମିଶ୍ର ଗୁଗୁଲ ପେ’କୁ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଯାହାକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦିଲ୍ଲୀ ହାଇକୋର୍ଟଙ୍କ ସମ୍ମୁଖରେ ନିଜର ଉତ୍ତର ରଖିଥିଲା।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିବାନୁସାରେ ଗୁଗୁଲ ପେ ୨୦୦୭ ମସିହା ପମେଣ୍ଟ ଓ ସେଟଲମେଣ୍ଟ ଆପ ଅଧିନରେ ଆସୁନାହିଁ। ଏହା ଏକ ତୃତୀୟ ପକ୍ଷ ଆପ୍ ଯାହା ଟଙ୍କା ଦେଣ ନେଣ କରୁଛି। ତେଣୁ ଏହା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ଅଧୀନରେ ମଧ୍ୟ ଆସୁନାହିଁ ବୋଲି ରିଜର୍ଭ ବ୍ୟାଙ୍କ କହିଛି।

ଏହାପରେ ଅଭିଜିତ ମିଶ୍ର କହିଛନ୍ତି ଯେ, ଯଦି ଗୁଗୁଲ ପେ’ ଏନପିସିଆଇ ଅଧୀନରେ ଆସୁନାହିଁ ତେବେ ଏହା ଟଙ୍କା ଦେଣନେଣ କରିବା ମଧ୍ୟ ଅପରାଧ।ଏହି ଘଟଣା ପରେ ଲୋକଙ୍କ ମନରେ ମଧ୍ୟ ଏକପ୍ରକାର ଭୟର ବାତାବରଣ ଦେଖିବାକୁ ମିଳିଛି। ଲୋକମାନେ ନିଜ ଫୋନରୁ ଏହି ଆପକୁ ଡିଲେଟ୍ କରୁଥିବା ଦେଖିବାକୁ ମିଳିଛି।

Comment