ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କଟକ ସହରରେ କରୋନାକୁ କିପରି ମୁକାବିଲା କରାଯାଉଛି ସେନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସିଏମସି କମିସନର ଅନନ୍ୟା ଦାଶ।

କଟକ ସହରରେ କରୋନା ମୁକାବିଲା ନେଇ ରିପୋର୍ଟ ଦେଇଛନ୍ତି ସିଏମସି କମିସନର ଅନନ୍ୟା ଦାଶ। କଟକର ପ୍ରତିଟି ଅଞ୍ଚଳକୁ କରୋନାମୁକ୍ତ ରଖିବାକୁ ସାହି କମିଟି, ପୂଜା କମିଟିମାନେ ଜଗିଛନ୍ତି ବୋଲି କମିସନର କହିଛନ୍ତି। ଏଥିସହ କରୋନାକୁ ରୋକିବାକୁ ସିଏମସି ତରଫକୁ କି କି ପଦକ୍ଷେପ ନେଇଛନ୍ତି ସେନେଇ କମିସନର ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି।

ଜଗିଛନ୍ତି ସାହି କମିଟି, ପୂଜା କମିଟି

କଟକ ସହରକୁ କରୋନାମୁକ୍ତ ରଖିବାକୁ ସାହି କମିଟି, ପୂଜା କମିଟିମାନେ ବେଶ ତପ୍ତର ଥିବା କମିସନର କହିଛନ୍ତି। ଯଦି କୌଣସି ଅଞ୍ଚଳରେ କେହି କରୋନା ସନ୍ଦିଗ୍ଧ ଥିବା ଜଣାପଡୁଛି ତେବେ ଏନେଇ ପ୍ରଶାସନକୁ ଖବର ଦେଉଛନ୍ତି ସାହି କମିଟି ଓ ପୂଜା କମିଟି। ଏହି କମିଟିରେ ବରିଷ୍ଠ ନାଗରିକଙ୍କ ସହିତ ଯୁବ ସ୍ୱେଚ୍ଛାସେବୀମାନେ ରହିଛନ୍ତି। କଟକର ୫୯ଟି ୱାର୍ଡରେ ଏହି ସାହି କମିଟି ଓ ପୂଜା କମିଟି ସକ୍ରିୟ ଅଛନ୍ତି ବୋଲି ସେ କହିଛନ୍ତି।କରୋନା ପାଇଁ କଣ୍ଟ୍ରୋଲ ରୁମ୍

କଟକ ସହରରେ କରୋନାକୁ ରୋକିବାକୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଯାହାର ନମ୍ବର ରହିଛି ୭୦୭୭୭୭୫୫୫୫। ଏହି ନମ୍ବରକୁ ସାଧାରଣ ଲୋକମାନେ ଫୋନ୍ କରି ନିଜର ଅସୁବିଧା ଜଣାଇବା ସହିତ ତାଙ୍କ ଅଞ୍ଚଳରେ କେହି କରୋନା ସନ୍ଦିଗ୍ଧ ଥିବା ନେଇ ସେମାନେ ସୂଚନା ଦେଉଛନ୍ତି। ଏହି କଣ୍ଟ୍ରୋଲ ରୁମ୍ ପ୍ରତିଦିନ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାମ କରୁଛି। ଏଥିସହ ରାଜ୍ୟ ସରକାରଙ୍କ ୧୦୪ ହେଲ୍ପଲାଇନ୍ ନମ୍ବର ସହ ମଧ୍ୟ ଏହା ଯୋଗଯୋଗରେ ରହିଛି।

କରୋନା ପାଇଁ କଟକରେ କ୍ୱାରେଣ୍ଟାଇନ୍

ଅନ୍ୟ ରାଜ୍ୟରୁ ଅନେକ ପ୍ରବାସୀ ଏହା ମଧ୍ୟରେ କଟକକୁ ଫେରିଛନ୍ତି। ସେମାନଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୫୧୦୧ ବୋଲି ସିଏମସି କମିସନର ସୂଚନା ଦେଇଛନ୍ତି। ଏହି ପ୍ରବାସୀମାନଙ୍କ ପାଇଁ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି। ସେଥିମଧ୍ୟରୁ ୩୮୯୨ ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିବା ସହ ୯୪୯ ଜଣ ସରକାରୀ କ୍ୱାରେଣ୍ଟାଇନରେ ରହିଛନ୍ତି। ବାକି ୨୬୦ ଜଣ ଲୋକ ପେଡ୍ କ୍ୱାରେଣ୍ଟାଇନରେ ରହିଛନ୍ତି।କଟକରେ କରୋନା ରୋକିବାକୁ ମୋଟ ୧୮ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଛି। ଯେଉଁଥିରେ ମୋଟ ୧୨୯୦ ଟି ବେଡ୍ ରଖାଯାଇଛି। ଆବଶ୍ୟକ ସ୍ଥଳରେ ଏହାକୁ ୧୫ ହଜାରକୁ ମଧ୍ୟ ବୃଦ୍ଧି କରାଯାଇପାରିବ ବୋଲି ସିଏମସି କମିସନର ଅନନ୍ୟ ଦାଶ କହିଛନ୍ତି।

କଟକରେ କରୋନା ସ୍ଥିତି

ବର୍ତ୍ତମାନ ସୁଦ୍ଧା କଟକ ମହାନଗର ନିଗରେ ମୋଟ ୩୪ଟି ପଜିଟିଭ୍ କେସ୍ ସାମନାକୁ ଆସିଛି। ସେଥିମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣ ପ୍ରାଣ ହରାଇଛନ୍ତି। ବାକି ୧୧ ଜଣ ଆକ୍ରାନ୍ତ ଏବି ବି ସକ୍ରିୟ ଥିବା ନେଇ କମିସନର ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ୫ଟି କେସ୍ ଲୋକାଲ୍ କେସ୍ ଥିଲା । ଏହାସତ୍ତ୍ୱେ ମଧ୍ୟ କଟକରେ ବର୍ତ୍ତମାନ କରୋନା ନିୟନ୍ତ୍ରଣାଧୀନ ଅଛି ବୋଲି କଟକ ମ୍ୟୁନିସିପାଲ୍ କମିସନର କହିଛନ୍ତି।

Comment