ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯେଉଁ ଓକିଲ କୋର୍ଟରୁ ଜାମିନରେ ମୁକୁଳାଇଥିଲେ, ତାଙ୍କରି ଚାମ୍ଵର ତାଡ଼ି ଚୋରି କଲେ ସେହି ଚୋର। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ବର୍ତ୍ତମାନ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ ଲାପଟପ, କମ୍ପ୍ୟୁଟର ପ୍ରିଣ୍ଟର, ମ୍ୟୁଜିକ ବକ୍ସ, ୪ ଟି ମୋବାଇଲ ଫୋନ ଓ ନଗଦ ୧୮ ହଜାର ୧୧୦ ଟଙ୍କା ଜବତ କରାଯାଇଛି।

ଏହି ଦୁଇ ଅଭିଯୁକ୍ତମାନେ ହେଲେ ପଟ୍ଟାମୁଣ୍ଡାଇ ବେଲତଳ ଗାଁର ସ୍ଵର୍ଗତ କାହ୍ନୁଚରଣ ଦାସଙ୍କ ପୁଅ  ନିରଞ୍ଜନ ଦାସ ଓ ମନ୍ଦରଧର ଭଦ୍ରଙ୍କ ପୁଅ ମାନସ କୁମାର ଭଦ୍ର। ଏମାନେ ଗତ ୨୫ ତାରିଖରେ ପଟ୍ଟାମୁଣ୍ଡାଇ କୋର୍ଟ ନିକଟରେ ଥିବା ଓକିଲଙ୍କ ଚାମ୍ବର ତାଡି ଲାପଟପ୍, କମ୍ପୁଟର ପ୍ରିଣ୍ଟର, ମ୍ୟୁଜିକ ବକ୍ସ ଓ ନଗଦ ଟଙ୍କା ଆଦି ଚୋରି କରିଥିବା ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗ ପାଇବାର ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଚୋରି ଜିନିଷ ଉଦ୍ଧାର କରିଛି ବୋଲି ପଟ୍ଟାମୁଣ୍ଡାଇ ଆଇଆଇସି ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଏମାନେ ଗତ ୨୫ ତାରିଖରେ ପଟ୍ଟାମୁଣ୍ଡାଇ କୋର୍ଟର ଓକିଲ ସୌମ୍ୟରଞ୍ଜନ ଧଳ ଓ ପ୍ରମୋଦ ସାହୁଙ୍କ ଚାମ୍ବର ତାଡିଥିବା ଅଭିଯୋଗ ହୋଇଥିଲା।

ସବୁଠାରୁ ଚର୍ଚ୍ଚିତ ଘଟଣା ହେଉଛି ଗତ ୨୫ ତାରିଖରେ ଏହି ଦୁଇ ଚୋର ଯେଉଁ ଓକିଲ ସୌମ୍ୟରଞ୍ଜନ ଧଳଙ୍କ ଚାମ୍ବର ତାଡି ଚୋରିକରି ଧରାପଡିଛନ୍ତି, ସେହି ଓକିଲ ଏମାନଙ୍କୁ ଆଉ ଏକ ଚୋରି ଘଟଣାରେ ଗିରଫ ହୋଇଥିବା ବେଳେ, କୋର୍ଟରେ ଏମାନଙ୍କ ପାଇଁ ଲଢ଼ି ଜାମିନରେ ମୁକୁଳାଇ ଥିଲେ।

Comment