ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ଲୋକଙ୍କୁ ମନା ହେଲା ସରକାରୀ ଅଫିସ୍। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଯାଜପୁର ଜିଲ୍ଲାପାଳ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

୮  ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ କୌଣସି ଲୋକ ସରକାରୀ ଅଫିସ୍ ନଆସିବାକୁ ଜିଲ୍ଲାପାଳ କହିଛନ୍ତି। ୪୮ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୮୧ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ନୂଆକରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବରିଷ୍ଠ ସରକାରୀ ଅଫିସର ଥିବା ସୂଚନା ରହିଛି। ତେଣୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଲୋକମାନଙ୍କୁ ସରକାରୀ ଅଫିସ୍ ନଆସିବାକୁ ଜିଲ୍ଲାପାଳ କହିଛନ୍ତି।

Comment