ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନରେ ବଡ଼ ଧରଣ ଆତଙ୍କବାଦୀ ଆକ୍ରମଣ ଘଟିଛି। କରାଚୀରେ ଥିବା ଷ୍ଟକ୍‌ ଏକ୍ସଚେଞ୍ଜ ଅଫିସରେ ୪ ଆତଙ୍କବାଦୀ ପଶି ଗ୍ରେନେଡ ଆକ୍ରମଣ କରିଛନ୍ତି। ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ଜଣାପଡ଼ିଛି।

ସମସ୍ତ ୪ ଆତଙ୍କବାଦୀଙ୍କୁ ମଧ୍ୟ ପାକିସ୍ତାନ ସୁରକ୍ଷାକର୍ମୀ ନିପାତ କରିଛନ୍ତି। ଏବେ ପରିସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଉଛି।

କରାଚୀ ଆଇଜିଙ୍କ କହିବା ଅନୁସାରେ ଆତଙ୍କବାଦୀମାନେ ପୋଲିସ ପୋଷାକରେ ଷ୍ଟକ ଏକ୍ସଚେଞ୍ଜ ଅଫିସରେ ପ୍ରବେଶ କରିଥିଲେ। ପ୍ରବେଶ କରିବା ପ୍ରଥମେ ଗ୍ରେନେଡ ମାଡ଼ କରିଥିଲେ ଓ ପରେ ଆଖି ବୁଜା ଗୁଳି ଚଳାଇଥିଲେ। ସେଠାରେ ମୁତୟନ ସୁରକ୍ଷକର୍ମୀ ମଧ୍ୟ ଏହାର ଜବାବ ଦେଇଥିଲେ। ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ।

ଏହି ଘଟଣା ପାଇଁ ଏବେ ଯାଏଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହିଁ। ପାକିସ୍ତାନରେ ଅନେକ ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଥାଏ। ମାତ୍ର ଏହି ଘଟଣା ବହୁଦିନ ବ୍ୟବଧାନ ପରେ ଘଟିଛି।

LEAVE A REPLY

Please enter your comment!
Please enter your name here