ଓଡ଼ିଶାଲାଇଭ୍ ବ୍ୟୁରୋ

  • ଛତ୍ରପୁର ଏନଏସି ୭ ଦିନ ପାଇଁ ସଟଡାଉନ୍
  • ଜୁନ୍ ୩୦ରୁ ଜୁଲାଇ ୬ ପର୍ଯ୍ୟନ୍ତ ସଟଡାଉନ୍
  • କରୋନା ମୁକାବିଲା ପାଇଁ ଘୋଷଣା କଲେ ଜିଲ୍ଲାପାଳ

୭ ଦିନ ପାଇଁ ସଟଡାଉନ୍ ହେଲା ଛତ୍ରପୁର ଏନଏସି। କରୋନା ସଂକ୍ରମଣ ଓ ମୁକାବିଲାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଏହି ସଟଡାଉନ୍ ଘୋଷଣା କରିଛନ୍ତି।

ଆଜିଠୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଏହି ସଟଡାଉନ୍ ପାଳନ କରାଯିବ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ଦୋକାନ ଖୋଲାରହିବ। ଏହାବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ବନ୍ଦ ରହିବ ବୋଲି କୁହାଯାଇଛି। ଯେଉଁ ଲୋକ ଏହି ସଟଡାଉନ୍ ନିୟମ ଉଲ୍ଲଂଘନ କରେ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି।

Comment