ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ  ଗିରଫ। କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ତାଙ୍କୁ ଗିରଫ କରିଛି। ଏନେଇ ପୋଲିସ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ତାଙ୍କୁ ଅନୁଗୁଳର ବଇଣ୍ଡା ଅଞ୍ଚଳରୁ ଗିରଫ କରିଥିବା ନେଇ ସୂଚନା ମିଳିଛି। ଆଜି ସକାଳେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଏହି ଘଟଣାର ଚବିଶି ଘଣ୍ଟା ନପୂରୁଣୁ ସେ ଆଜି ଗିରଫ ହୋଇଛନ୍ତି।

ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ ଦୁଷ୍କର୍ମ କରିଥିବା ସାଂଘାତିକ ଅଭିଯୋଗ ହୋଇଥିଲା। ଗତ ୨୨ ତାରିଖରେ ଏହି ଘଟଣା ଘଟିଥିଲା। ୨୫ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକ ଜଣକ ଅଢ଼େଇମାସର ଗର୍ଭବତୀ ଥିଲେ। ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ବୀରମିତ୍ରପୁର ସ୍ଵାସ୍ଥ୍ୟ କେନ୍ଦ୍ରରେ ତାଙ୍କ ଗର୍ଭପାତ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

ଏହାପରେ ଗତ ମାସ ୨୬ ତାରିଖରେ ପୋଲିସ ଅଧିକାରୀଙ୍କୁ ନିଜ ପଦରୁ ସସପେଣ୍ଡ କରାଯାଇଥିଲା। ଆଜି ତାଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହିତ ଗିରଫ କରାଯାଇଛି।

Comment