ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହୁଡ଼ାଯାତ୍ରାର ସବୁଠାରୁ ଅନନ୍ୟ ପରମ୍ପରା ଲକ୍ଷ୍ମୀ ନାରାୟଣ ଭେଟ ଅନୁଷ୍ଠିତ ହୋଇଛି। ଅଭିମାନିନୀ ମା’ ଲକ୍ଷ୍ମୀ ଆଜି ଶ୍ରୀନଅରରେ ପ୍ରଭୁ ଜଗନ୍ନାଥଙ୍କୁ ଭେଟିଛନ୍ତି।

ଳକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କୁ ନେଇ ମାଉସୀ ଘର ଯାଇଥିଲେ ମହାପ୍ରଭୁ। ଏଥିପାଇଁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥିଲେ ମା’ ଲକ୍ଷ୍ମୀ। ପ୍ରଭୁଙ୍କ ସହ ମା’ଙ୍କ ଏହି ପାରିବାରିକ ମନୋମାଳିନ୍ୟକୁ ହଟେଇବା ପାଇଁ ଗଜପତି ମହାରାଜ ନିଜେ ଜଗନ୍ନାଥଙ୍କ ସହ ମା’ ଲକ୍ଷ୍ମୀଙ୍କର ଭେଟ କରାଇଛନ୍ତି।

ମହାଜନ ସେବକମାନେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟ୍ଟବସ୍ତ୍ର, ଫୁଲମାଳ, ଅଳଙ୍କାରରେ ସଜ୍ଜିତ କରି ସାତପାହାଚ ପାଲିଙ୍କିରେ ବିଜେ କରାଇଛନ୍ତି। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବେ।

Comment