ଓଡିଶାଲାଇଭ୍ କରୋନା ବ୍ୟୁରୋ
ଆଠଗଡ଼ରୁ ଗୁରୁବାର ୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କରୋନା ଆକ୍ରାନ୍ତ ଡିଏସପିଙ୍କ ପରିବାରର ୪ ଜଣ ସଦସ୍ୟ ଅଛନ୍ତି। ଏନେଇ ଆଠଗଡ଼ ଏସଡିଏମଓ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।
ମଙ୍ଗଳବାର ଆଠଗଡ଼ ଉପଖଣ୍ଡର ଜଣେ ଡିଏସପି କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଗୁରୁବାର ଡିଏସପିଙ୍କ ପରିବାରର ୪ ସଦସ୍ୟଙ୍କ ବ୍ୟତୀତ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏସଡିଏମଓଙ୍କ ସୂଚନା ଅନୁସାରେ, କଣ୍ଟାକ୍ଟ ଟ୍ରେସିଂ ପରେ ଆଠଗଡ଼ ଉପଖଣ୍ଡରୁ ୧୨୫ ଜଣଙ୍କ ସ୍ଵାବ୍ ପରୀକ୍ଷା ପାଇଁ ଯାଇଥିଲା। ସେଥିରୁ ୧୭ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି।