ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଯୋଗୁଁ କେବଳ ଲୋକେ ମରୁଛନ୍ତି ନୁହେଁ ଦୟନୀୟ ଅବସ୍ଥାରେ ସେମାନଙ୍କର ମର ଶରୀରକୁ ସତ୍କାର କରାଯାଉଛି। କରୋନା ଯୋଗୁଁ ମାନବିକତା ମଧ୍ୟ ହଜିଯାଉଥିବା ଦେଖାଯାଉଛି। ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ। କୋଭିଡ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଜନୈକ ଯୁବକଙ୍କ ଶବକୁ ନେବା ପାଇଁ ଗାଁରେ କେହି ଆଗେଇ ଆସନଥିଲେ।
ଖବର ଅନୁସାରେ, ଯୁବକ ଜଣକ ଅନେକ ଦିନ ଧରି ଜ୍ୱରରେ ପୀଡ଼ିତ ଥିଲେ। ଶେଷରେ ତାଙ୍କୁ ନିଜ ଘର ଲୋକେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେଇଥିଲେ।କିନ୍ତୁ ରାସ୍ତାରେ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା। ଆମ୍ବୁଲାନ୍ସ ମୃତ ଦେହକୁ ଫେରାଇ ଆଣିବା ପରେ ନା ନିଜ ସମ୍ପର୍କୀୟ ନା ଗ୍ରାମବାସୀ କେହି ଶବକୁ ଗ୍ରହଣ କରିବା ପାଇଁ ଓ ସତ୍କାର ପାଇଁ ରାଜି ହୋଇନଥିଲେ।

ଅନ୍ୟ ଉପାୟ ନପାଇ ମୃତକଙ୍କ ପିଲାମାନେ ଗୌରୀଶଙ୍କର ରୋଡ଼ ନିକଟରେ ଥିବା ମଶାଣୀକୁ ଶବକୁ ବୋହି ବୋହି ନେଇଥିଲେ। ଛୁଆଙ୍କ ଦୟନୀୟ ଅବସ୍ଥା ଦେଖି ସ୍ଥାନୀୟ କିଛି ଲୋକ ପ୍ରଶାସନକୁ ଜଣାଇଥିଲେ। ତାପରେ ଏକ ଜେସିବି ଆସି ମୃତ ଦେହକୁ ପୋତିଥିଲା।

LEAVE A REPLY

Please enter your comment!
Please enter your name here