ଓଡିଶାଲାଇଭ୍ କରୋନା ବ୍ୟୁରୋ

କଟକ ସହରରୁ ଚିହ୍ନଟ ହେଲେ ଆଉ ୫୯ ଜଣ କରୋନା ପଜିଟିଭ୍। ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆକ୍ରାନ୍ତଙ୍କ ମଧ୍ୟରେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଆଇସୋଲେସନ କେନ୍ଦ୍ରରୁ ୫୩ ଜଣ ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ସମେତ ଜଣେ କୋଭିଡ୍ ଯୋଦ୍ଧା, ଏସସିବି ମେଡିକାଲ ଆଇସୋଲେସନ ଓ୍ଵାର୍ଡର ୨ ଜଣ କୋଭିଡ୍ ଯୋଦ୍ଧା ଏବଂ ତଳ ତେଲେଙ୍ଗାନା ବଜାରରୁ ଜଣେ ମହିଳା ରହିଛନ୍ତି।

ଲୋକାଲ କଣ୍ଟାକ୍ଟ କେସ୍ ଭିତରେ କ୍ୟାନସର ହସ୍ପିଟାଲ ଲିଙ୍କରେ ଆସିଥିବା ଜଣେ ଯୁବକ ଏବଂ ନିମଚଉଡ଼ି ଅଞ୍ଚଳରୁ ଜଣେ ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଥିସହ କଟକରେ ବର୍ତ୍ତମାନ ସୁଦ୍ଧା ୧୦୫ ଜଣ କରୋନା ପଜିଟିଭ୍ ଟିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇଥିବାବେଳେ ୨ ଜଣ ପ୍ରାଣ ହରାଇଛନ୍ତି। ୮୧ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଅଛନ୍ତି।

Comment