ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ସହରାଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁର ୨୪ ଘଣ୍ଟା ପରେ ବି ଏହାର କାରଣ ସ୍ପଷ୍ଟ ହୋଇନାହିଁ। କରୋନା ଆକ୍ରାନ୍ତ ଥିବା ସଂପୃକ୍ତ ଯୁବକଙ୍କୁ ପ୍ରଶାସନ ଦୁଇ ଦିନ ପୂର୍ବେ ଭୂବନେଶ୍ୱର କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଗତକାଲି ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ପରେ ମଧ୍ୟ ପ୍ରଶାସନ ମୁହଁ ଖୋଲିନି।

ଜିଲ୍ଲାରେ କରୋନା ସ୍ଥିତି ସଂପର୍କରେ ଜିଲ୍ଲାପାଳ ଗଣମାଧ୍ୟମକୁ ଗୁରୁବାର ଦିନ ତଥ୍ୟ ଓ ସୂଚନା ଦେଇଥିଲେ। କରୋନା ପଜିଟିଭ୍ ସଂଖ୍ୟା ଜିଲ୍ଲାରେ ୧୬୭ ରହିଥିବା ବେଳେ ୧୩୩ ଜଣ ସୁସ୍ଥ ହୋଇଛନ୍ତି ଓ ୩୪ ଜଣ ଚିକିତ୍ସାଧିନ ଥିବା ଜିଲ୍ଲାପାଳ କହିଥିଲେ। ହେଲେ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ଦେଇ ନଥିଲେ। ସରକାରଙ୍କଠାରୁ ତଥ୍ୟ ମିଳିବା ପରେ ସଂପୃକ୍ତ ଯୁବକଙ୍କ ବିଷୟରେ ସୂଚନା ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ।

କରୋନା ପଜିଟିଭ ଥିବା ଦର୍ଶାଇ ସଂପୃକ୍ତ ଯୁବକ ଓ ତାଙ୍କ ପରିବାର ଅନ୍ୟ କେତକ ସଦସ୍ୟଙ୍କୁ ପ୍ରଶାସନ ୨ ଦିନ ତଳେ ଭୁବନେଶ୍ୱର ସ୍ଥାନାନ୍ତର କରିଥିଲା। ଏଭଳି ସ୍ଥିତିରେ କରୋନା ସଂକ୍ରମଣରୁ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଜିଲ୍ଲାରେ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here