ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଟାଉନ୍ ଥାନା ଡିଆଁପଡ଼ା ଗାଁର ଜଣେ ୬୫ ବର୍ଷିୟ ବୃଦ୍ଧ ପ୍ରହଲ୍ଲାଦ ଜେନାଙ୍କୁ ଏକ ପଥର ଶିଳରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି। ଗାଁ ନିକଟ ଚାଷ ଜମିରେ ଥିବା କୁଡ଼ିଆ ମଧ୍ୟରେ ରହୁଥିବା ବୃଦ୍ଧ ପ୍ରହଲ୍ଲାଦଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ପୋଲିସ୍ ସୂଚନା ଦେଇଛି।

ଘଟଣାରେ ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନି କୁକୁର ଅନୁସନ୍ଧାନ କରିଛି। ହେଲେ ପ୍ରାଥମିକ ଅବସ୍ଥାରେ କୌଣସି ସୁରାକ ମିଳି ନଥିବା ଆଇଆଇସି ଜୟଦୀପ ମହାନ୍ତି କହିଛନ୍ତି। ବୃଦ୍ଧ ପ୍ରହଲ୍ଲାଦଙ୍କୁ କୁଡ଼ିଆ ଭିତରେ ପଥର ଶିଳରେ ଛେଚି ହତ୍ୟା କରାଯିବାର କାରଣ ଜଣାପଡ଼ି ନଥିବା ପୋଲିସ୍ କହିଛି।

Comment