ଓଡ଼ିଶାଲାଇଭ୍ ବ୍ୟୁରୋ

ମଧୁବାବୁ ପେନସନ ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କୁ ଆଉ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏବଂ ନୂଆକରି ରାଜ୍ୟରେ କିନ୍ନରମାନଙ୍କୁ ଭତ୍ତା ପ୍ରଦାନ କରାଯିବ। ଏନେଇ ସାମାଜିକ କଲ୍ୟାଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ମଧୁବାବୁ ପେନସନ ଯୋଜନରେ ଥିବା ହିତାଧିକାରୀଙ୍କୁ ଆଉ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏଥିପାଇଁ ଟଙ୍କା ଆସିସାରିଛି। ଖୁବଶୀଘ୍ର ଏହାକୁ ଲୋକମାନଙ୍କୁ ବଣ୍ଟାଯିବ। ପୂର୍ବରୁ ମଧ୍ୟ ସେମାନଙ୍କୁ ଚାରିମାସ ପାଇଁ ହଜାରେ ଟଙ୍କା ଦିଆଯାଇସାରିଛି।”

ଅନ୍ୟପଟେ ରାଜ୍ୟରେ ଥିବା କିନ୍ନରମାନଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯିବ। ମଧୁବାବୁ ପେନସନ ଯୋଜନାରେ ରାଜ୍ୟରେ ଥିବା କିନ୍ନରମାନଙ୍କୁ ଏଣିକି ଭତ୍ତା ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇସାରିଛନ୍ତି।

ରାଜ୍ୟରେ ଥିବା କିନ୍ନରମାନଙ୍କୁ ବୟସ ଅନୁଯାୟୀ ୫ ଶହ ଟଙ୍କାରୁ ଆରମ୍ଭ କରି ୯ ଶହ ଟଙ୍କା ପର୍ଯ୍ୟନ୍ତ ଭତ୍ତା ଦିଆଯିବ। ଏହାଦ୍ୱାରା ରାଜ୍ୟରେ ଥିବା ପ୍ରାୟ ୬ ହଜାର କିନ୍ନର ଉପକୃତ ହୋଇପାରିବେ। ତେବେ ଏହି ଭତ୍ତା ଟଙ୍କା ପାଇବାକୁ ହେଲେ ସେମାନଙ୍କୁ ପ୍ରଥମେ ଆବେଦନ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

Comment