ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପାଇଁ ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ହେବନି ଶ୍ରାବଣ ଜଳଲାଗି। କୋଭିଡ୍ କଟକଣାକୁ ଆଖି ଆଗରେ ରଖି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କାଉଡ଼ିଆଙ୍କୁ ମନ୍ଦିର ମନା ହୋଇଛି। ଏନେଇ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ସମସ୍ତ ଧାର୍ମିକ ସ୍ଥଳକୁ ଲୋକମାନଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି। ତେଣୁ ଚଳିତବର୍ଷ ଶ୍ରାବଣ ମାସରେ ଲିଙ୍ଗରାଜ ମନ୍ଦିରକୁ କାଉଡ଼ିଆମାନେ ଆସିପାରିବେ ନାହିଁ।

ପ୍ରତିବର୍ଷ କାଉଡ଼ିଆମାନେ ନଦୀଘାଟରୁ ଜଳ ବୋହି ଆଣିଥାନ୍ତି। ଏହାପରେ ମନ୍ଦିରରେ ଠାକୁରଙ୍କ ମସ୍ତକରେ ଜଳଲାଗି କରି ସେମାନେ ନିଜର ମାନସିକ ପୂରଣ କରିଥାନ୍ତି। ହେଲେ ଚଳିତବର୍ଷ କାଉଡ଼ିଆଙ୍କ ପାଇଁ କରୋନା ଅଡୁଆ ସାଜିଛି।

ଏହାପୂର୍ବରୁ ମଧ୍ୟ କରୋନା କାରଣରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ମଧ୍ୟ ବନ୍ଦ ହୋଇଥିଲା। ସେହିପରି ଦିଅଁଙ୍କ ୨୨ ଦିନର ଚନ୍ଦନ ଚାପ ମଧ୍ୟ ବିନ୍ଦୁସାଗରରେ ନହୋଇ ମନ୍ଦିର ଭିତରେ ନୀତିକାନ୍ତି ଅନୁସାରେ ହୋଇଥିଲା।

Comment