ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) ୧୧ ତାରିଖ ଯାଏ ସଟଡାଉନ୍। ବିଶ୍ୱବିଦ୍ୟାଳୟରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କୁଳପତି ଏନେଇ ନିଷ୍ପତ୍ତି ନେଇଛନ୍ତି।

ଭିସୁଟର ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଏହା ପୂର୍ବରୁ ଭିସୁଟକୁ ୩ ତାରିଖ ଯାଏ ସଟଡାଉନ୍ ଘୋଷଣା କରାଯାଇଥିଲା। ହେଲେ ଏବେ ଏହାକୁ ୧୧ ତାରିଖ ଯାଏ ବୃଦ୍ଧି କରାଯାଇଛି।

ଅନ୍ୟପଟେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରବିବାର ସାରା ଜିଲ୍ଲାରେ ସଟଡାଉନ୍ ଘୋଷଣା କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର ସାରା ଜିଲ୍ଲାରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିବ। କେବଳ ଜରୁରୀ ସେବାକୁ ସଟଡାଉନରୁ ବାଦ ଦିଆଯାଇଛି। ଏଥିସହ ମାଲ ପରିବହନ ଗାଡ଼ି, ଶିଳ୍ପ ସଂସ୍ଥା ଓ କାରଖାନାକୁ ମଧ୍ୟ ସଟଡାଉନରୁ ବାଦ ଦିଆଯାଇଛି।

Comment